କଳିଙ୍ଗ ମାଟିର ରତନ, ମୋ ଗଞ୍ଜାମ ଧରା,
ଋଷିକୁଳ୍ୟା ନଦୀ ଗାଏ ଇତିହାସର ତରା।
ଅଶୋକ ଶାସନ ଶିଳାଲିପି ରହିଛି
ପୁରୁଷୋତ୍ତମପୁର ପାଖେ ସେ ଗାଥା ଲେଖିଛି
କଙ୍ଗୋଦ ରାଜ୍ୟ ହୋଇ ଯାତ୍ରା ଆରମ୍ଭ ହେଲା,
କଙ୍ଗୋଦ, ଗଂଜୋ ହୋଇ ନୂଆ ନାମ ଜଗିଲା।
ଗଂଜ-ଇ-ଆମ୍ ରୁ ହେଲା ଗଞ୍ଜାମ ମହାନ
ସାଧାରଣ ଲୋକର ମାଟି, ଶ୍ରମର ଗୀତ ପ୍ରଧାନ।
ଚିଲିକା ହ୍ରଦ ଦେଉଛି ନୀଳ ଆଲୋକ ଝିଅ
ଗୋପାଳପୁର ବେଳାଭୂମି ଗୀତ ଗାଏ ରାତି ଦିନ।
ତାରାତାରିଣୀ ମନ୍ଦିର ଉପରେ ଦିବ୍ୟ ପ୍ରଭା,
ଧରାକୋଟର ଜଗନ୍ନାଥ ଆଣନ୍ତି ଶାନ୍ତିର ଭାବ।
ସିଦ୍ଧ ଭୈରବୀ ଦେଉଛନ୍ତି ଭକ୍ତିର ମହିମା,
ସୁନାପୁର ବେଳାଭୂମି ରାତିର ଚନ୍ଦ୍ର ମେହେନା।
ପଞ୍ଚମା ଗଣେଶ ବ୍ରହ୍ମପୁର ମନେ
କନକଦୁର୍ଗା ମା' ଅଛନ୍ତି ଭକ୍ତିର ମନ୍ଦିରେ।
ଭଞ୍ଜନଗର ଡ୍ୟାମର ପାଣି ଯେପରି ଆଇନା,
ମହୁରୀ କାଳୁଆର ଗାଁ ଶାନ୍ତିର ଜଗନ୍ନା।
ବୁଗୁଡ଼ା ମୃଗ ବିହାର ଆଲୋକର ଛାୟା,
ଆସିକା ଭେଟନଇ ମୃଗ ନାଚେ ଖୁସିର ମାୟା।
🌸 କ୍ଷତ୍ରୀୟବରପୁରର ମା’ ବୁଢ଼ାକେନ୍ଦୁ 🌸
ପାହାଡ଼ ଛାୟା ମଧ୍ୟରେ ଅଛନ୍ତି ଶକ୍ତିର ସିନ୍ଧୁ,
ମା’ ବୁଢ଼ାକେନ୍ଦୁ ଠାକୁରାଣୀ, ଭକ୍ତିର ନିତ୍ୟ ଦିପ୍ତି।
କ୍ଷତ୍ରୀୟବରପୁର ପାଖରେ ତାଙ୍କ ମନ୍ଦିର ଦିବ୍ୟ,
ଦେଶାଲୋକ ଆସନ୍ତି କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତିଭାବେ।
ଜାତ୍ରା ବେଳେ ଡାକେ ବାଜା, ନାଚେ ଦେହ ଓ ମନ,
ମା’ଙ୍କ ପାଦପଦ୍ମେ ଭକ୍ତି ହେଉଛି ଆତ୍ମାର ଜୀବନ।
ମା’ ବୁଢ଼ାକେନ୍ଦୁ ରକ୍ଷା କରନ୍ତି ଗଞ୍ଜାମ ଭୂମି,
ତାଙ୍କ ନାମେ ହିଁ ଶକ୍ତି, ତାଙ୍କ ଦେହେ ହିଁ ପ୍ରେମ।
ପାହାଡ଼ ଉପରେ ମୟୂର ନୃତ୍ୟ,
କରଂଜେଇ ମନ୍ଦିରେ ଗାଏ ଭକ୍ତିର ସୃଷ୍ଟି।
ମାଉସୀ ମା ମନ୍ଦିର ମନକୁ ଶାନ୍ତି ଦେଇ,
ବାଲୁଙ୍କେଶ୍ୱର ମାଧବ ଦେଇଛନ୍ତି ଆଶୀର୍ବାଦ ନିତ୍ୟ
ଏଇ ମାଟି ମୋ ପ୍ରେମ, ଏଇ ମାଟି ମୋ ଗୀତ,
ପ୍ରତ୍ୟେକ ଧୂଳିକଣାରେ ଗଞ୍ଜାମ ଗର୍ବର ସ୍ପନ୍ଦନ।
ଇତିହାସ, ପ୍ରକୃତି ଓ ଭକ୍ତିର ସଂଗମ ଯେଉଁଠି,
ମୋ ଗଞ୍ଜାମ — ଓଡ଼ିଶା ହୃଦୟର ସ୍ପନ୍ଦନ ଏଠି।
( ମୋ ଗଞ୍ଜାମ ମାଟି ସବୁଠୁ ଅଲଗା ,ଏହି ମାଟି ର ଅତିହ୍ୟ ଭି ବହୁତ୍ ମହତ୍ତ୍ଵ ଏହି ମାଟିର କେତେ ତୀର୍ଥ ସ୍ଥାନ ଅଛି ଆଉ କେତେ ବିର ଅଛନ୍ତି ତାହାର କିଛି କହି ହେବନି ମାତ୍ର ମୁ ଆଜି କିଛି ତୀର୍ଥ ସ୍ଥାନ ନାମ ରେ ଆଜି ଲେଖିଛି " ମୋ ଗଞ୍ଜାମ " ଓଡ଼ିଆ କବିତା)
Importent keyword
Mo Odisha, mo Ganjam, Ganjam kala, ମୋ ଗଞ୍ଜାମ, ଉତ୍ତମ ସୁର , uttam sura

0 Comments